(ବନମାଳୀ— ରାଗ ବସନ୍ତ, ତାଳ ଏକତାଳି)
କାହ୍ନୁ ହେ ତୁମ୍ଭେ ବଡ଼ ଦାରୁଣ
ଜଣାଗଲା ତୁମ୍ଭ ବିବେକ ପଣ । ଘୋଷା ।
ଭାବଗ୍ରାହୀ ନାଥ ଭରସା ପାଇ
ଭଜି ଭାସିଗଲା ମୋ ପ୍ରାଣସହୀ । ୧ ।
ପୁରୁଷ ଭ୍ରମର ଏକଇ ଜାତି
କାର୍ଯ୍ୟ ଲଭିବା ଯାଏଁ ଭଣ୍ଡୁଥାନ୍ତି । ୨ ।
ବଳି ପଡ଼ୁଅଛି ନବମ ଦଶା
ନ କର ନ କର ଭଗାରୀ ହସା । ୩ ।
ବନମାଳୀ କହେ ଦୂତୀ ବଚନେ
ବିଜେ କଲେ କୃଷ୍ଣ ରାଧା ସଦନେ । ୪ ।