Kanta Bina Diba Rajani Sajani

କାନ୍ତ ବିନା ଦିବା ରଜନୀ ସଜନୀ

(Upendra Bhanja— Raga Dhanasri, Tala Tripata)
(ଉପେନ୍ଦ୍ର ଭଞ୍ଜ— ରାଗ ଧନାଶ୍ରୀ, ତାଳ ତ୍ରିପଟା)

କାନ୍ତ ବିନା ଦିବା ରଜନୀ ସଜନୀ
କୋଟି ଯୁଗ ସମ ହେଲାଟି ରେ । ଘୋଷା ।

କାହିଁ ସେ ରହିଲେ କିମ୍ପାଇଁ ନଇଲେ
ତେଣୁ କରି କାମ ଅନଳେ ଦହିଲେ
କିବା କେଉଁ ନାରୀ କି ମନ୍ତ୍ରେ ମୋହିଲା
ସେ ଦେଶେ ମଦନ ମଲାଟି ରେ । ୧ ।

ଭାରି ହେଲା ଆସି ଅଙ୍ଗକୁ ବସନ
ତଥି ପରେ ଆଭରଣ ଏ ଭୂଷଣ
ଦେଖ ଦେଖ ସଖୀ ଏ ଝଞ୍ଜା ପବନ
କାମ ବାଣେ ପ୍ରାଣ ନେଲାଟି ରେ । ୨ ।

ଯେବେ ଥାନ୍ତେ କାନ୍ତ ବସନ୍ତ କାଳରେ
ଘେନି ବଞ୍ଚୁଥାନ୍ତି ରଜନୀ କୋଳରେ
କେତେ କେତେ ପ୍ରୀତିମାନ କରୁଥାନ୍ତି
କେଡ଼େ ସୁଖ ତୁଟି ଗଲାଟି ରେ । ୩ ।

ତା ଲାଗି ଏ ଜୀବ ନାଶକୁ ଲଭିବ
ହତ୍ୟା ଦୋଷରେ କି କାରେଣି ହୋଇବ
କୁସୁମ ଭୂଷଣ ହେଲା ଅକାରଣ
ଭଣେ ଉପଇନ୍ଦ୍ର ଭଞ୍ଜଟି ରେ । ୪ ।