(ପ୍ରଭାକର ଦେବ— ରାଗ ଗୁଣ୍ଡକ୍ରିୟା, ତାଳ ଖେମଟା)
କେ ଦେବ ଶ୍ୟାମ ପ୍ରୀତି ଲଗାଇ
ବଧୂଲି ଅଧରୁ ମଧୁ ଚଖାଇ ଗୋ । ଘୋଷା ।
ପିଣ୍ଡେ ପରାଣ ତା ଚରଣେ ବିକି
ଜୀବ ଥିବାଯାକ ହେବି ସେବକୀ ଗୋ । ୧ ।
ପିଣ୍ଡ ପ୍ରାଣ ବିନା ଆନ ବଚନେ
ନ ଡାକିବି ତାକୁ ରଜନୀ ଦିନେ ଗୋ । ୨ ।
ବିଷୟ ବିଷକୁ କରି ବର୍ଜନ
ତା ସଙ୍ଗେ ବସିବି ହୃଦଚନ୍ଦନ ଗୋ । ୩ ।
ନାନା ବ୍ରତେ ଭାଙ୍ଗି ଅବୟବକୁ
ତା ପାଇଁ ସେବିବି ସଦାଶିବଙ୍କୁ ଗୋ । ୪ ।
ବୋଲେ ଅବନୀ ଦେବ ପ୍ରଭାକର
ଶୁଣୁଥିବି ତାର ମଧୁର ଗିର ଗୋ । ୫ ।