(ଗୋପାଳକୃଷ୍ଣ— ରାଗ ପୁନ୍ନାଗ, ତାଳ ତ୍ରିପଟା)
କେ ମୁଁ କି ଜାଣଇ ମା ଗୋଷ୍ଠ ଚନ୍ଦ୍ରମା
ତୋ ମୁଖରୁ ସିନା ଏବେ ଶୁଣୁଛି ମା । ଘୋଷା ।
ଜିଣି ନାହିଁ ଦେହଳୀ ସହୀ ଆଜକୁ ବୋଲି
କୁଟିଳା କଟାଳକୁ ଡରି
ଛବିକି ଦେଇଛି ଥରେ ଅନାଇ । ୧ ।
କଲା କେ କି ମନ୍ତର ପରା ହୃଦେ ମୋହର
ରହି ଦିଶୁଛି ଦିଶେ ଦିଶେ
ପଳାଇଲେ ଆଗର ପଥ ଓଗାଳିଲେ ମୋର
ଶ୍ୟାମସୁନ୍ଦର ଭୁଜ ପ୍ରସାରି ଦେଇ । ୨ ।
କଳିନ୍ଦ ତନୟାକୁ କାଲି ଗାଧୋଇବାକୁ
ଗଲା ବେଳେ ଏକା ହୋଇ
ପ୍ରତିଛନ୍ଦ ମୂରତି ପରି ହେଲା ପ୍ରତୀତି
ଦିଶୁଥିଲା ତ୍ରିଭଙ୍ଗ ଭଙ୍ଗିମା ହୋଇ । ୩ ।
କେଉଁଠାରେ ସଦନ ସେ କାହାର ନନ୍ଦନ
ଚାହୁଁଥିଲା ବେଣୁ ବଜାଇ
ଗୋପାଳକୃଷ୍ଣ ଭାଷେ ପ୍ରାଣନାଥ ହେବେ ସେ
ଲୋଡ଼ା ଲାଗିଲାନି ଦୂତୀ ତୁମ୍ଭ ପାଇଁ । ୪ ।