(କବିସୂର୍ଯ୍ୟ— ରାଗ କେଦାର, ତାଳ ସରିମାନ)
ଖଚ ବଚନକୁ ସତ ମଣିକି ରେ । ଘୋଷା ।
ଅଦରଶେ ଥିବା ବାଙ୍କ ଗଙ୍ଗା ଜଳେ ଅଛି ପଙ୍କ
ରବି ବିମ୍ବରେ କଳଙ୍କ ଭଣିକି ରେ । ୧ ।
ଭୃତ୍ୟର ବିଶ୍ୱାସ ଦେଖି କରିଥାଇ ଯେବେ ସୁଖୀ
କାଳେ ତା ଚିତ୍ତରେ ରଖି ଟାଣିକି ରେ । ୨ ।
ମଦନ ଅମଳ ବଶେ କ୍ଷତ ଯେବେ ଦନ୍ତବାସେ
ଦିଶଇ ଏ ଦୋଷ ଦୋଷେ ଗଣିକି ରେ । ୩ ।
ଯେବେ ପ୍ରଭୁପଣ କରି ପାରିବୁ ହିରଣ୍ୟଗୋରୀ
ଜିଣିଯିବି କରେ ଧରି ଫଣୀକି ରେ । ୪ ।
ଲଭିବାରୁ ମୁଁ ପଣ୍ଡିତାବର ତୋ ପରିଚାରିତା
ଲକ୍ଷ୍ୟ ନ କରେଁଟି ଚିନ୍ତାମଣିକି ରେ । ୫ ।
ଏଣିକି ତୋ ଅନୁଗ୍ରହ ନୋହିଲେ ମୋ ରିପୁବ୍ୟୂହ
କହିବ ମୋ ପାଇଁ ଦେହପଣିକି ରେ । ୬ ।
ଅଗଣିତ ଆନ ମନ ଅନାଅ ବରଜି ମାନ
ରାୟଗୁରୁ କବିଦିନମଣିକି ରେ । ୭ ।