Khanjana Ganjanakhi Aha

ଖଞ୍ଜନ ଗଞ୍ଜନାକ୍ଷି ଆହା
(Kabisurjya— Raga Basanta, Tala Tripata)
(କବିସୂର୍ଯ୍ୟ— ରାଗ ବସନ୍ତ, ତାଳ ତ୍ରିପଟା)

Kha Patala — Premodaya Champu
ଖ ପଟଳ — ପ୍ରେମୋଦୟ ଚମ୍ପୂ

ଖଞ୍ଜନ ଗଞ୍ଜନାକ୍ଷି ଆହା ରେ ପ୍ରାଣସଖୀ
ନ ଘେନିଲୁ ତ ମୋ ବାଣୀ ରେ । ଘୋଷା ।

ଖମଣିସୁତା ତଟ ବିଟ ସେ ନନ୍ଦଚାଟ
ବୋଲି ନ ଥୁଲୁ ଏହା ଜାଣି ରେ । ୧ ।

ଖୁରିକେ ସେ କିଶୋରବର ତରଳତର
ଭ୍ରୂଭଙ୍ଗୀ ଦିଏ ଦନ୍ତ ହାଣି ରେ । ୨ ।

ଖଣ୍ଡିବ ସତୀ ବ୍ରତ ବୋଲି ତାର ନେତ୍ରାନ୍ତ
ଶରକୁ ରଖିଛି ସେ ଶାଣି ରେ । ୩ ।

ଖଟି ହରିଚନ୍ଦନ କହେ ନ ଜାଣୁ ଧନ
ବୋଲି ମୋହନ ବଂଶୀପାଣି ରେ । ୪ ।