(ଅଜ୍ଞାତ କବି— ରାଗ ଶାବରୀ, ତାଳ ଯତି)
କି କହିବି ସହି ଗୋ ମୋର ମନ କଥା
ଶ୍ୟାମବନ୍ଧୁ ଲାଗି ମୁଁ ଯେ ସହୁଛି କି ବ୍ୟଥା । ଘୋଷା ।
କି ମନ୍ତ୍ର କରିଛି ସତେ ସେ କଳା କହ୍ନାଇ ଗୋ
ତାର ଗୁଣ ଗୁଣି ମୋର ଦିନ ସରୁ ନାହିଁ ଗୋ
ତା ବିହୁନେ ସଖୀ ମନେ ନାହିଁ ଆନ ଚିନ୍ତା ।
(ପଡ଼ି)
ସେ ମୋହନ ଛବି ହୃଦେ କଲା ଘର
କ୍ଷଣେ ନ ଦେଖିଲେ ଦିଶଇ ଅନ୍ଧାର
ମୂରୁଛି ମୁଁ ତାଙ୍କୁ ବଞ୍ଚିବି କିପରି
ସଖୀ ସେ ତ ମୋର ପରାଣ ଦେବତା । ୧ ।