(ଉପେନ୍ଦ୍ର ଭଞ୍ଜ— ରାଗ ବଙ୍ଗାଳ, ତାଳ ଏକତାଳି)
କିଏ ପକାଇଲା କାମ ନଟେ ଗୋ କି କପଟେ । ଘୋଷା ।
ମୋହନ ଚାତୁରୀ କତୁରୀ ମୁହିଁ ଡରି
ସଖୀ ସଙ୍ଗେ ବାହାର ନୁହଇ
କାହୁଁ କାହ୍ନୁ କେତେ କପଟ ଜାଣଇ
ମିଳେ ମୋ ସ୍ନାନ ଜଳଘାଟେ ଗୋ । ୧ ।
ଖଣ୍ଡ ଦୂରେ ଯାଇ ଜଳରେ ପଡ଼ଇ
ବୁଡ଼ିଲି ବୋଲି ବୋଲୁଥାଇ
ହୃଦୟ ନ ସହି ଆହା ମୁଁ ମରଇ
ଛଡ଼ା କୁସୁମ ଲମ୍ପଟେ ଗୋ । ୨ ।
ଦେଖିଲେ ମୋହର ଚରଣ ଧୂଳିକି
ବୋଳି ଦେଉଥାଇ ହୃଦୟ ସ୍ଥଳୀକି
ଭାଳି ବସିଥାଇ କାଇଞ୍ଚମାଳୀକି
ଲେଖିଥିଲା ମୋ ଲଲାଟେ ଗୋ । ୩ ।
ସ୍ତିରୀ ଛାରଠାରେ ଏଡ଼ିକି କପଟ
ଏକାନ୍ତରେ ନିଶ୍ଚେ କରାଇବି ଭେଟ
ବୋଲେ ଉପଇନ୍ଦ୍ର ମୁରଲୀର ନଟ
ଶୁଣିଲି କର୍ଣ୍ଣପୁଟେ ଗୋ । ୪ ।