Krusnakali Malasri

କୃଷ୍ଣକାଳୀ ମାଳଶ୍ରୀ
(NarayanaTripata)
(ନାରାୟଣତ୍ରିପଟା)

ଜୟ କୃଷ୍ଣକାଳୀ ଧୃତ ମୁଣ୍ଡମାଳୀ
ତ୍ରିଭଙ୍ଗ ଛନ୍ଦେ ବିହାର
ମାଗୋ ଅଭୟ ବର । ଘୋଷା ।

ମାଗୋ ହସ୍ତକେ ଅଭୟ ହସ୍ତକେ ବର
ପୁଣି ହସ୍ତକେ ଖଣ୍ଡା ଦୈତ୍ୟ ଶିର
ଚତୁର୍ଭୁଜେ ଶୋହେ ଆୟୁଧ
ପୁଣି ନୈବେଦ୍ୟ ଲବଣୀସର । ୧ ।

ମାଗୋ ନିଶି ଅର୍ଦ୍ଧରେ ତ ମହୀବିହାର
ପୁଣି ରାଧିକା ଦୂତିକା ସଙ୍ଗରେ ତୁମ୍ଭର
ମନୋରଥ ପୂର୍ଣ୍ଣ କର ସତ୍ୱର
ପୁଣି ବିଜେ କରିଯାଉ ସିଂହ ପୃଷ୍ଠର । ୨ ।

ମାଗୋ ଆଜନ୍ମ କାଳରୁ ବିକଳ
ପୁଣି ଦୁଃସହ ସଙ୍ଗରୁ ମୋତେ ଉଦ୍ଧର
ଦୀନ ନାରାୟଣ ବିନୟ ଶିର
ପୁଣି ସଙ୍କଟ ତାରିଣୀ ବାନା ତୁମ୍ଭର । ୩ ।