(କୃପାମୟ ଦେବ)
କୁଞ୍ଚିତ କୁନ୍ତଳା
ଆସରେ ରାସରଙ୍ଗିନୀ କହିଛନ୍ତି ନନ୍ଦବଳା । ଘୋଷା ।
ରେ ମତ୍ତକରୀ ଗତିକି ସତ ମଣି ଭାରତୀ କି
ନିର୍ଦ୍ଦୟ ଚିତ୍ତକୁ ଘେନ ନ କର ତୋଠାରେ ହେଳା । ୧ ।
ମଦନ ସାଗରେ ସହି ପଡ଼ିଛିରେ ପ୍ରିୟସହି
ବାରେ ପାରି କର ତୋର ଦେଇଣ ଜାନୁର ଭେଳା । ୨ ।
ଭାବି ମନେ ତୋ ପୀରତି ନିଦ୍ରା ନାହିଁ ଦିବାରାତି
ନିରନ୍ତରେ ଜପୁଥାନ୍ତି ରାଧା ରାଧା ନାମ ମାଳା । ୩ ।
କିଆ କେତକୀ ଦଳରେ ଲେଖାଲେଖି ଚଞ୍ଚଳରେ
ଦେଇ ପତ୍ର ମୋର କରେ ଥନଥନ କଲେ ଡୋଳା । ୪ ।
ଶ୍ରୀ ଶ୍ରୀ କୃପାମୟ ଦେବ ସଖୀ ଭାବେ ଭାବୁଥିବ
ଅତି ଗୁପତରେ ହେବ ଶ୍ରୀମତୀ ଶ୍ରୀକୃଷ୍ଣ ଲୀଳା । ୫ ।