Maaye Go Khauthile Je Mati

ମାୟେ ଗୋ ଖାଉଥିଲେ ଯେ ମାଟି
(Dwija Lokanatha)
(ଦ୍ୱିଜ ଲୋକନାଥ)

ମାୟେ ଗୋ ଖାଉଥିଲେ ଯେ ମାଟି
ଛଡ଼ାଇଲି ହାତ ଦେଲେ ସେ ଛାଟି । ଘୋଷା ।

ଗୋପାଳ ପୁଅଙ୍କ ସଙ୍ଗେ ଖେଳନ୍ତି
କ୍ରୋଧ ହୋଇ ଆଖି ଦେଲେ ତରାଟି । ୧ ।

ତୁମ୍ଭ ଆଗେ ମୁଁ କି ମିଛ କହିବି
ବେଗ କରି ତୁମ୍ଭେ ଦେଖ ଗୋ ପାଟି । ୨ ।

ତାଙ୍କ ନାମେ ମୁଁ କି ଖଚ କହନ୍ତି
ମିଛ ବୋଲି ମୋତେ ଆସି ମାରନ୍ତି । ୩ ।

କହେ ଲୋକନାଥ ତା ପାଦେ ମତି
ମାୟାଧର ହରି ମାୟା କଲେଟି । ୪ ।