(ଯଶୋବନ୍ତ)
ମୋହାଶୂନ୍ୟେ ବିନ୍ଦୁବ୍ରହ୍ମ ଉଦେ ହୋଇଛି
ତହିଂ ତଳେ ଅର୍ଦ୍ଧମାତ୍ରା ଘେରି ରହିଛି । ଘୋଷା ।
ତହିଂରୁ ଓଁକାର ଜାତ ଓଁକାରୁ ବେଦ ସମ୍ଭୂତ
ତହୁଂ ଅବନା ବେଷ୍ଟିତ ପ୍ରକାଶି ଅଛି । ୧ ।
ଅବନାରୁ ଷୋଳନାମ ଷୋଳରୁ ବତିଶ ଜାଣ
ବତିଶୁଂ ଚୌଷଠୀ ପୁଣ କ୍ଷରି ରହିଛି । ୨ ।
ଏମନ୍ତ ବିରାଟ କହି ହେତୁ ମତି ଥାଅ ଦେଇ
ଭାବିଯିବ ମୋକ୍ଷ ହୋଇ ତରିଯାଉଛି । ୩ ।
ଭାଳେ ଯଶୋବନ୍ତ ଦାସ ମନ ମଧ୍ୟେ କରି ଆଶ
ସର୍ବଦା ସେ ପାଦପଦ୍ମ ହୃଦେ ଧ୍ୟାଉଛି । ୪ ।