(ରଘୁନାଥ— ରାଗ ଭୈରବୀ, ତାଳ ଏକତାଳି)
ମାର ଫୁଲଶର ନ ମାର
ସାର ଯଶ ନ ସାର
ସାରସ ଗମନୀ ନିରାଶ ପରାଶରେ
ଧୀର ହଜାଇ ଅଥିର ହୋଇଛି ମୁହିଁ । ଘୋଷା ।
ହର ସିନା ପର ତୋହର
ପର ହାର ତାପର । ୧ ।
ଭାବ ଛାଡ଼ି ନୁହଁ ଅଭାବ
ଭାବ ତେଜି ପ୍ରଭାବ । ୨ ।
ଭଣି କବିଚନ୍ଦ୍ର ନ ଭଣି
ବାଣୀ ରହୁ ସୁବାଣି । ୩ ।
ମାର ଫୁଲଶର ନ ମାର