(ବନମାଳୀ— ରାଗ ଝିଞ୍ଜୋଟି, ତାଳ ଆଠତାଳି)
ମୋ ଧନରେ ମାନ ତୁ ମନରୁ
ବରଜ ବରଜ ବରଜ । ଘୋଷା ।
କାହିଁକି ମଥା ପୋତି ବସିଛୁ କୁନ୍ଦଦନ୍ତୀ
ଧରା ଚିରୁ ତୁ କରଜ କରଜ କରଜ । ୧ ।
ଦୁଃଖୀ ଜନର ପାଇଁ ଶୁଖିଯାଇଛି କାହିଁ
ତୋର ବଦନ ସରୋଜ ସରୋଜ ସରୋଜ । ୨ ।
କାମସିନ୍ଧୁକୁ ଏକା ତୁହି ନବ ନାବିକା
ପାରି କର ତୁ ଗରଜ ଗରଜ ଗରଜ । ୩ ।
ଆଉ ନ କର ଛନ୍ଦ ଭୁଜେ ବାନ୍ଧିଦେ ଦଣ୍ଡ
ଘେନ ଆଜ ମୋ ଅରଜ ଅରଜ ଅରଜ । ୪ ।
ବଦତି ବନମାଳୀ ନ ବସ ଆଉ ଭାଳି
କୁଞ୍ଜେ ନବୀନା କେଳି ସରଜ ସରଜ ସରଜ । ୫ ।