Mohana Murali Dhari

ମୋହନ ମୁରଲୀଧାରୀ
(Tarini Charan Patra— Raga Kakubha, Tala Jati)
(ତାରିଣୀ ଚରଣ ପାତ୍ର— ରାଗ କକୁଭା, ତାଳ ଯତି)

ମୋହନ ମୁରଲୀଧାରୀ, ଆହେ ଶ୍ୟାମ
କଳା କଳେବର ରଙ୍ଗିମା ଅଧର ପୀତବସନ ବେଣୁଧାରୀ ।ଘୋଷା।
ଶିଖୀପୁଚ୍ଛଚୂଳ ରଙ୍ଗ ଜାମୁଡାଳ ରୁଞ୍ଜଗୁଞ୍ଜମାଳଧାରୀ
କେଳିନୀପମୂଳଚାରୀ ଆଦିମୂଳ କାଳିନ୍ଦୀକୂଳ ବିହାରୀ ।୧।
ସୁନ୍ଦରବୃନ୍ଦ ପୁରନ୍ଦର ମନ୍ଦରଧାରଣ ଷଣ୍ଢବିହାରୀ
ଗୋପପୁର ଇନ୍ଦୁ ଘନଶ୍ୟାମବନ୍ଧୁ ନନ୍ଦ ମନାନନ୍ଦକାରୀ ।୨।
ଗୋକୁଳ ମଣ୍ଡଳାଖଣ୍ଡଳ ମକର କୁଣ୍ଡଳ ଯୁଗଳ ଧାରୀ
ଯଶୋଦାର ବଳା ଗୋକୁଳ ଅବଳାକୁଳ ମନଧନ ହାରୀ ।୩।
ଅଖିଳକାରଣ ନିଖିଳପାଳନ ଗୋଧେନୁ ଚାରଣକାରୀ
ତାରିଣୀ ଚରଣ ମାଗଇ ଶରଣ ଶ୍ରୀପଦ ନଳିନ ଧରି ।୪।