(ଗୋବିନ୍ଦ— ଝୁଲା)
ମୋର ଜାନୁରେ ବସି ଦନୁଜାରି ନନ୍ଦନନ୍ଦନ
ଯାହା କଲେ ବଂଶୀବଦନ । ଘୋଷା ।
ବୋଲନ୍ତି ଗୋ ରାଧେ ଶୁଣ ବିଧିରେ
ଆଜ ମୁଁ ଅଧୀର ବିଷମ ଶରେ
କରି ନିସ୍ତାର ପ୍ରେୟସୀବର
କର କେଳି ପ୍ରଦାନ । ୧ ।
ଉରଜରେ ଖରେ କରଜ ଚାଳି
ଚିନ୍ତେ ଭଳି କେତେ କୌଶଳ ଭାଳି
ରସନାଗରେ ଥରେ କର୍ଣ୍ଣମୂଳରେ
ସଖୀ କଲେ ଚାଳନା । ୨ ।
ଇସି ଇସି ବୋଲି କଲି ଶୟନ
ନାଭିରେ କନିଷ୍ଠା କଲେ ପ୍ରଦାନ
ଉରରେ ତା ଉର କରରେ ତା କର
ସଖି କଲେ ବନ୍ଦନ । ୩ ।
ଅଚେତନ ମୁଁ ହୋଇଗଲି ପଡ଼ି
ନ ସହିଲି ସହି ତା ଭିଡ଼ାଭିଡ଼ି
ସେ ବ୍ରଜରାଜ ଏଡ଼େ ନିର୍ଲ୍ଲଜ
ଦେଖିଲା ମୋ ନୟନ । ୪ ।
ହୁଂକୃତ ଭାବ ଯେତେ ପ୍ରକାଶି
ଯାହା ମୋତେ କଲା ସେ କାଲି ନିଶି
ଭାଷଇ ଗୋବିନ୍ଦ ହେ ସନାତନ
ନାଶ ମାୟା ବନ୍ଧନ । ୫ ।