(କବିଚନ୍ଦ୍ର କାଳୀଚରଣ— ରାଗ ଛାୟାନଟ, ତାଳ ଏକତାଳି)
ମୁରଲୀ ବାଜେ ରେ
ମାନେ ନାହିଁ ମନ ମରେ ଲାଜେ । ଘୋଷା ।
ସାଜି ନାହିଁ ଫୁଲହାର ବଉଳ ଗୋ
ଘେନିଛି ଅଧା ପରା କଜ୍ଜ୍ୱଳ ମୁଁ ଯେ
ବେଣୁତାନ ସହି ବାଇ କଲା ତ ଗୋ
ସପନେ ନିତି ମିଶେ ସେ ଛବି ଶେଯେ । ୧ ।
ରାଇ ରାଇ ବୋଲି ଡାକେ ସେ ମୋତେ ଗୋ
ଘର ମୋର ପାଶୋରି କୁଳ ମାନ ତେଜେ
କବିଚନ୍ଦ୍ର କହେ ତେଜ ଏ ରୀତି ଗୋ
ଅପଯଶ ଡିଣ୍ଡିମ ବାଜେ ବରଜେ । ୨ ।