(ବନମାଳୀ— ରାଗ ଜୟନ୍ତ, ତାଳ ଆଠତାଳି)
ମୂରୁଛି ଦେଇ କାହ୍ନୁ ଆମ୍ଭମାନଙ୍କୁ ମନୁ
ସତେ ଯିବକି ମଧୁପୁରକୁ ହେ । ଘୋଷା ।
କେ ଆଉ ଗୋବର୍ଦ୍ଧନ ତୋଳି ରଖିବ ପ୍ରାଣ
ବାଦେ ହଟାଇ ସୁନାଶିରକୁ ହେ । ୧ ।
ନେଉଅଛି ଧରାଇ ତିଳେ ବିଶ୍ୱାସ ନାହିଁ
ସେ ନିଦାରୁଣ କଂସାସୁରକୁ ହେ । ୨ ।
କେତେ କେତେ ବିପଦୁଁ ଉଦ୍ଧରିଲ କା ବାଦୁଁ
ଏ ଗୋପପୁରେ ଥରଥରକୁ ହେ । ୩ ।
କହଇ ବନମାଳୀ ଗୋପୀ ନେତ୍ରସଙ୍ଖାଳି
କଥା ଯାଉଛି କେତେ ଦୂରକୁ ହେ । ୪ ।