(କବିସୂର୍ଯ୍ୟ— ରାଗ କଲ୍ୟାଣ, ତାଳ ଏକତାଳି)
ନିନ୍ଦା ନ ଲଭ ସଖୀ ରେ
କୁନ୍ଦସୂନ ଶରଦିନ୍ଦୁ କିରଣଗଣ
ସୁନ୍ଦର ହସରୁଚି ବୃନ୍ଦ ଲଳିତମୁଖୀ ରେ । ଘୋଷା ।
ଚିର କାଳକୁ ମୁଁ ତୋର କୁଞ୍ଜ ମନ୍ଦିର
ମଣ୍ଡନ ପ୍ରିୟ କିଙ୍କର
ରୋଷାବେଶେ ନିର୍ଭର ଘୋଷା ମନେ ନ ଧର
ଯୋଷାମଣି ମସାରକେଶା ସାର ନ ସାର
(ପଡ଼ି)
ଭାଷ ଅତନୁବିଳାସ ନିଧି ପରକାଶ
ରୁଚିର ବିକାଶ ମଦହର ହାସ
ନବ ନବ କାଶଯୁତ ରଦହାସ
-ବତୀ ନିଜ ଦାସ ସଦୃଶ ଜନେ । ୧ ।
ମଥା ନୁଆଇଁ ନ ବସ ଦୁଃଖେନ ମଜ୍ଜି
ନ ଯାଉ ନିଶା ଦିବସ
ଆଲିଙ୍ଗନରେ ରସ ନାଳିକ ନିଭ ବାସ
ଅଙ୍ଗନୀ ନ ପ୍ରକାଶ ଦାସନାଶ ଅଯଶ
(ପଡ଼ି)
ବାରିରୁହ ପରିହାରୀ ନୟନରୁ
ଚାରି ପ୍ରହରେ ଯେ ବାରି ଜନମୁଛି
ନାରୀମଣିକି ବିଚାରି ସବୁ ସୁଖ
ସାରି ଥାରି ହେବି ମୁଁ କେହି । ୨ ।
ତେଡ଼େ ପୀରତି ପାସୋରି କିଶୋରୀବର
ବିହିଲୁ ଯା ଏତେ ସରି
ଘେନିଲୁ ପର ପରି ପାରୀନ୍ଦ୍ର ମଧ୍ୟା ଗୋରୀ
ନାରୀନ୍ଦ୍ର ଧରାଶିରୀ ଶିରୀଷ ସୁକୁମାରୀ
(ପଡ଼ି)
ଢାଳ ପୃଥୁଳ ବିଶାଳ ରୁଚି ହରି
-ତାଳ ସୁଘଟିତ ତାଳସ୍ତନୀରେ
କଟାଳ ନ କରଟି କାଳ ପୁରୁଷ
କରାଳ ସ୍ମରକରବାଳ ବଦନେ ଦେଇ । ୩ ।
ଶୁଣି ଶ୍ରୀମତୀ ହସିଲେ ଶ୍ରୀ ଜଗଦ୍ଦେବ
ଧରଣୀନାଥ ଭାଷିଲେ
ଦେହେ ଦୁହେଁ ମିଶିଲେ ଆନନ୍ଦ ବରଷିଲେ
ମାରକୁ ଭରସିଲେ ତାର ଶରେ ରସିଲେ
(ପଡ଼ି)
ଶମ୍ବଧର ମଣି ଜମ୍ବୁନଦ ବିଧୂ
-ବିମ୍ବ ଯୁଗ ଘନ ଚୁମ୍ବ ବିଭବରୁ
ଶମ୍ବରପର କଳମ୍ବ ସମୁଦୟ
ଡମ୍ବର ଦଳିଲେ ଲମ୍ବ ଚିକୁରବତୀ । ୪ ।