(ବେଣୁଧର— ରାଗ ସିଂହେନ୍ଦ୍ରମଧ୍ୟମ, ତାଳ ଏକତାଳି)
ପ୍ରାଣ ସଙ୍ଗିନୀରେ କହ କେଉଁ ବୁଦ୍ଧି କରିବି
ଶ୍ୟାମବନ୍ଧୁ ଲାଗି ସଖୀରେ ଝୁରି ଝୁରି ମରିବି । ଘୋଷା ।
ଯେଣିକି ଚାହିଁଲେ ସହୀ ଦିଶିଲେ ନନ୍ଦ କହ୍ନାଇ
ଏଥି ପାଇଁ କେତେ ମୁହିଁ କାହା କର ଧରିବି
(ପଡ଼ି)
ଯିବାକୁ ପରା ଯମୁନା ଜାତି ପାଟକରେ ମନା
କେତେ ସହିଲେ ଯାତନା ଏ ଲାଗି ମୁଁ ସରିବି
ବୋଲେ ଦୀନ ବେଣୁଧର ଶ୍ୟାମ ପ୍ରୀତିକି ଜୁହାର
ଏଣିକି ଗୋଳି ଜହର ମୁଖେ ସିନା ଧରିବି । ୧ ।