(ବେଣୁଧର— ରାଗ ଛାୟାତୋଡ଼ି, ତାଳ ଯତି)
ପ୍ରାଣଧନ ଏ କି ରୀତି କାହୁଁ ଶିଖିଲୁ କି
କେଉଁ ଦୋଷ କଲି ବୋଲି ଗୁମାନେ ବସିଲୁ କି । ଘୋଷା ।
ଶରଦ ଚନ୍ଦ୍ରବଦନ ଦିଶଇ ଏଡ଼େ ମଳିନ
ଘନକେଶୀ ମନୁ ପ୍ରୀତି ଦୂର କରି ଦେଲୁ କି ।
(ପଡ଼ି)
ଗଣ୍ଡେ ମଣ୍ଡିଅଛୁ ପାଣିକି
ହସି ନ କହୁଛୁ ବାଣୀକି
ଦୀନ ବେଣୁଧର ଭାଷେ ବାଣୀକି
ବିନୟୀ ଦାସ ମୁଁ ତୋର ତୁ ନ ଜାଣୁ କି । ୧ ।