(କବିସୂର୍ଯ୍ୟ— ରାଗ ଆଭୀରୀ, ତାଳ ଯତି)
ପ୍ରୀତିରୁ ନାହିଁ ମାଦକ, ରେ ସଙ୍ଗାତ
ଛାଡ଼ିବି ବୋଇଲେ ଛାଡ଼ି ତ ନୁହଇଁ
ହରଇ ଧୈର୍ଯ୍ୟ ବିବେକ । ଘୋଷା ।
କୁଳବତୀ ଅତି ହେଲେହେଁ ଯୁବତୀ
ହଜାଇ ହେମନ୍ତ ଯାକ
ଗୁରୁଜନ ଭୟ ଛାଡ଼ି କରେ ଲୟ
କେବଳ ହୃଦପଦକ । ୧ ।
ଭସାଏ ପ୍ରଳାପରେ ହସାଏ ଭଗାରି
ଲସାଏ ପକାଏ ଟେକ
ହଜାଇଲେ ମନ ଦେଖାଏ ସପନ
କେବଳ ହୃଦପଦକ । ୨ ।