(ବୀରମିତ୍ରୋଦୟ— ରାଗ ସୋମ, ତାଳ ଆଡ଼ତାଳି)
ରସୁ ନାହିଁ ତ ସୁରସବତୀ ତବ ପ୍ରୀତିକି ହେ
କି ସୁଖ ଏଥିରୁ କହୁ ପରିଶ୍ରମ ଏତିକି ହେ । ଘୋଷା ।
ଭାଷୁଁ ତବ ସ୍ନେହ କଥା ନ ଶୁଣି ପୋତଇ ମଥା
ବସୁଧାକୁ ଚାହିଁ ରହେ ନ କହି ଭାରତୀକି ହେ । ୧ ।
ଶାଶୁ ଆଗରେ କହିବି ପାଶୁ ଦୂର କରିଦେବି
ନାଶୁଛ ଯା ମୋତେ ବୋଲି ଜନମାଏ ଭୀତିକି ହେ । ୨ ।
ସେ ସୁମୁଖୀ ମନୁ ଭାବ ଖସୁ ନାହିଁ ରୋଷ ଭାବ
ଅସୁଖ ମଣଇ ତବ ଗୁଣକୁହା ରୀତିକି ହେ । ୩ ।
ଶ୍ରୀ ସୁବର୍ଣ୍ଣପୁର ଯୁବ ବସୁନ୍ଧରାତଳ ଧବ
ତୋଷୁଛି କି ହେତୁ ଦ୍ରବ ଚାହଁ ସେ ଯୁବତୀକି ହେ । ୪ ।