(ବନମାଳୀ— ରାଗ ବରାଡ଼ି, ତାଳ ଯତି)
ସଜନୀ ତୋର ଧରୁଛି କର ଗୋ
ଆଣିଦିଅ ମୋତେ ଶ୍ୟାମସୁନ୍ଦର ଗୋ । ଘୋଷା ।
ଯେଣେ ଚାହିଁଦେଲେ ସେ ବେଣୁଧର
ଦିଶି ଯାଉଛନ୍ତି ଏ କି ହୁନ୍ଦର ଗୋ । ୧ ।
ଜାଣନ୍ତି ସେ କି ମୋହିନୀ ମନ୍ତର
ନିରନ୍ତରେ ନେତ୍ରେ କଲେ ତ ଘର ଗୋ । ୨ ।
ଅନ୍ତରେ ବାହାରେ ସେ ଚିତ୍ତ ଚୋର
ଇନ୍ଦ୍ରଜାଲ ପରି ମୋତେ ଗୋଚର ଗୋ । ୩ ।
କି କରିବି ସଖୀ ଉପାୟ କର
ଦିଅ କିନା ପ୍ରୀତିଛଡ଼ା ମନ୍ତର ଗୋ । ୪ ।
ବନମାଳୀ ବୋଲେ ଚିନ୍ତା ନ କର
ଅବଶ୍ୟ ଆସିବେ ମୁରଲୀଧର ଗୋ । ୫ ।