(ବେଣୁଧର— ରାଗ ବାଗେଶ୍ରୀ, ତାଳ ଯତି)
ସଖୀ ମୋ ଜୀବଧନ ଏ ବ୍ରଜମୋହନ
ହୃଦୟ ରଞ୍ଜନ ଶ୍ୟାମ ନୟନ ଅଞ୍ଜନ । ଘୋଷା ।
ଦିନେ ମୋ ପୁରେ ପ୍ରବେଶି
ବସି ମନ୍ଦେ ମନ୍ଦେ ହସି
ବୋଇଲେ ରେ ମଦାଳସୀ
ମୁହିଁ ତୋର କିଣାଜନ । ୧ ।
ଦିନେ ନାପିତୁଣୀ ବେଶ
ଧରି ସେହି ପୀତବାସ
ମୋ ପାଦେ ଲାକ୍ଷା ରସରେ
ଲେଖିଲେ ଗୋ ଶ୍ୟାମଘନ । ୨ ।
ସଖୀ ମୋ ଜୀବଧନ ଏ ବ୍ରଜମୋହନ