(ଗାୟକରତ୍ନ— ରାଗ ପୁନ୍ନାଗ, ତାଳ ଆଡ଼ତାଳି)
ସଖୀରେ ମୁଁ କି ହୁଡ଼ିଲି
ଦାରୁଣ ମାନକୁ ଭଜି ଶ୍ୟାମବନ୍ଧୁକୁ ଛାଡ଼ିଲି । ଘୋଷା ।
ବସନ ପ୍ରସାରି ମୋତେ ବିନୟ ଭାଷିଲେ ଯେତେ
ଚରଣ ତଳେ ପଡ଼ନ୍ତେ ନ ଚାହିଁ ମୁଖ ମୋଡ଼ିଲି । ୧ ।
ଅନାଦର ଦେଖି ମୋର ନୟନୁ ବୁହାଇ ନୀର
ବିକଳେ ନାଗରବର ଯାଉଁ ପଥ ନ ଆଡ଼ିଲି । ୨ ।
ସଜନୀଙ୍କ ହିତବାଣୀ ଅହିତ ପରାଏ ମଣି
ପରିହରି ବେଣୁପାଣି ଶୋକ ସଲିଳେ ବୁଡ଼ିଲି । ୩ ।
ଗାୟକ ରତନ ମତେ ପ୍ରବୋଧି କହିଲା ଯେତେ
ବିଷ ପରା ମଣି ଚିତ୍ତେ କରୁ ସୁଧାକୁ ଏଡ଼ିଲି । ୪ ।