(ବେଣୁଧର— ରାଗ ବଙ୍ଗାଳ, ତାଳ ଯତି)
ସଖୀ ସେ ମୋହନରେ ପ୍ରୀତି କରି
ହେଲି ସିନା ମୁଁ ଏବେ ଏତେ ସରି । ଘୋଷା ।
ପୋଡ଼ୁ ଏ କପାଳ ଦଶା ହେଲି ଯା ଭଗାରୀ ହସା
ନିନ୍ଦା ଅପବାଦରେ ମୁଁ ଗଲି ସରି । ୧ ।
କେ ଜାଣିଥିଲା ଏପରି କରିବେ ବୋଲି ଶ୍ରୀ ହରି
ଦିନ ସରୁ ନାହିଁ ମିତ ଡରି ଡରି । ୨ ।
ଏ ବ୍ରଜବଜାର ଯାକ ବାଜେ ଅକୀର୍ତ୍ତି ଟମକ
ନିରନ୍ତରେ ନେତ୍ରୁ ଝରେ ଅଶ୍ରୁବାରି । ୩ ।
କବି ବେଣୁଧର ଭଣି ଦୂତୀ ଭାଷେ ପ୍ରୀତି ବାଣୀ
ହେଟି ଅଇଲେଣି ସେ ମୁରଲୀଧାରୀ । ୪ ।