Santatare Mana Bhaja Sri Pitabasa

ସନ୍ତତରେ ମନ ଭଜ ଶ୍ରୀ ପୀତବାସ
(Anonymous— Raga Sankarabharana, Tala Kuduka)
(ଅଜ୍ଞାତ କବି— ରାଗ ଶଙ୍କରାଭରଣ, ତାଳ କୁଡ଼ୁକ)

ସନ୍ତତରେ ମନ ଭଜ ଶ୍ରୀ ପୀତବାସ
ସଂସାରେ ଲଭିବୁ ଯଶ । ଘୋଷା ।

ସରସ୍ୱତୀ ବୀଣା ଧରି
ସଙ୍ଗୀତ ଗୀତ ଉଚ୍ଚାରି
ସଙ୍ଗେ ଭକ୍ତଜନ ଘେରି
ସେ ଚଉପାଶ । ୧ ।

ସସ୍ରଯୋନି ସଦାଶିବ
ସେବାରେ ଛନ୍ତି ସେ ଠାବ
ଶରଧାରେ ଭଜ ମନ
ସଂସାର ସାର ରସ । ୨ ।

ଶଙ୍ଖ ଚକ୍ର ଗଦାଧର
ସରଳ ବିମ୍ବ ଅଧର
ସତେ କି ସୁନ୍ଦର ଧୀର
ଶ୍ୟାମଳ ବେଶ । ୩ ।