Sapatati Mora Re

ସପତଟି ମୋର ରେ
(Kabisurjya— Raga Singhendramadhyama, Tala Jati)
(କବିସୂର୍ଯ୍ୟ— ରାଗ ସିଂହେନ୍ଦ୍ରମଧ୍ୟମ, ତାଳ ଯତି)

Sa Patala — Kisorachandrananda Champu
ସ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ସପତଟି ମୋର ରେ ସହ ଏହି ଥର ରେ
(ପଡ଼ି)
ସାର ହାର ମସାର ମଣିବର
ପରି ଧରି ବକ୍ଷଃସ୍ଥଳେ ନିରନ୍ତର
ନ ଫିଙ୍ଗି ପୁଣି ହଟି ସୁନ୍ଦର ନୁହଇଁଟି
ବିଚାରି ଭରସା ବଢ଼ାଅ ଅପରିମିତ । ଘୋଷା ।

ଶୁଣିଲେ ଆଉ କେ ବ୍ରଜେ ସରିଯିବି ସିନା ଲାଜେ
ସାହା ତୁ ନୋହିଲେ କିଛି ସଂସରେ ନିକି ମୁଁ ଅଛି । ୧ ।

ସାଧୁଜନ କୁକ୍ଷି କୂପେ ଭଲ ମନ୍ଦ ସିନା ଛପେ
ସଂହର କ୍ରୋଧ ଉଦୟ ସହଜେ ତୁ ସହୃଦୟ । ୨ ।

ସବୁ ଅନ୍ୟାୟ ଚରିତ ଶିକ୍ଷାକୁ ଗୁରୁ ତୁହି ତ
ସମୟେ କାଟୁ ତୋଟିକି ସଖା ଲକ୍ଷଣ ଏ ଟିକି । ୩ ।

ସମାଂସମୀନା ଅୟୁତେ ସମର୍ପି ଦେବିଟି ତୋତେ
ସମ୍ଭାଳ ମୋର ଆବୁର ସର୍ବସ୍ଵ ପରା ତୁ ମୋର । ୪ ।

ସାକ୍ଷାତ ଦେଖିଲା ପରି ସାକ୍ଷୀ ହେବାକୁ ବାହାରି
ସାଧିବାର ଅବିଚାର ସପତ୍ନ ନୁହେଁ ମୁ ତୋର । ୫ ।

ସାନ୍ଦୀପନୀ ସୁତ ଯତି ସେ କି ଜାଣେ ବୋଲି ପ୍ରୀତି
ସରସେ ପିଟିବେ ଢକ୍କା ସମ୍ପାଦିବୁ ଏତେ ଏକା । ୬ ।

ଶୁଣି କିଶୋର ବଚନ ସଖା କଲେ ଆଲିଙ୍ଗନ
ସୁତ୍ରାମା ଅଷ୍ଟଦୁର୍ଗର ସନ୍ତୋଷେ ଯୋଡ଼ିଲେ କର । ୭ ।