(ପ୍ରତୀକ ପଟ୍ଟନାୟକ)
କେଦାର – ଝମ୍ପା
(ତେନ୍ନା)
ତାନା ଦିରେନା ତେନା ତାରି ତେନ୍ନା ତାନା ନା
ତାନା ନା ତାନା ତାରି ତେନ୍ନା ତାନା ରି ତେନା
(ସ୍ୱର)
ମଗମପ ପନିସା ପନିସରିସନିପମଗମଗା
ଗମପମ ଗମଗରିସନି ସାମାଗାମା ରିଗା ସାରି ସା
(ପଦ)
ଏ ସମୟେ ରସମୟେ ଘୋଟି ଘୋର ଘନ
ବରହୀ ବିରହୀ ତହିଁ ବିରଚି ନର୍ତ୍ତନ
ପୁଣି ଉଚ୍ଚେ ପୁଚ୍ଛ ଟେକି
ଷଡ଼ଜ ସ୍ୱର ଏ ଘେନ ଉଚ୍ଚାରନ୍ତି କେକୀ ।୧।
କେଦାରଗୌଡ଼ା – ଝମ୍ପା
(ପାଟଯୁକ୍ତ ତେନ୍ନା)
ତାନା ତାରି ତେନ୍ନା
ତାରି ତେନା ତା ନା ନା
ଝେଣୁ ତାତ୍ତାରି ତେନ୍ନା
(ସ୍ୱର)
ରିମପ ନିଧପମ ଗରିଗାସା ରିମପନିଧପ ମପନି ନୀସା
ନିସରି ସାରି ସାନିଧାପା ପସା ପନୀ ପଧପମଗାରିସା
(ପଦ)
ଚାହାଁ ଚାତକଚକ୍ର ବିକଳେ
ବିଲୋକି ଜଳଦକୁଳେ
ଋଷଭ ଗାନ କଲ୍ଲୋଳେ
ଆଶ ବଳାଇ ସଲିଳେ
ମଜ୍ଜି ଭୋଳେ ଯେ ।୨।
ଭୈରବୀ – ଯତିତାଳ
(ସ୍ୱର)
ପାଧପମଗମ ପାଧପମଗମ
ଗାରିସରିସନି ସରିଗସରିସ
ପଧନିସରିଗ ସରିନିସଧନି
ପଧମପଗମ ଧାପମଗରିସ
(ପଦ)
ପୁଣ ଗିରିମାଳ ଦେଶେ ଅଜଗଣ ଭଜି ତୋଷେ
ଗାନ୍ଧାର ସ୍ୱର ବିଶେଷେ ଘେନ ସରସେ ବିଦୁଷେ ।୩।
ନଳିନୀଗୌଡ଼ା – ଯତିତାଳ
(ପାଟ-ତେନ୍ନା)
ତାଝଂ ତାରି ଝେଣୁ ତାରି ତାଝଂ
ତାନା ଦିରେ ତାଝଂ ତାରି ଝେଣୁ ତାତ୍ତାରି ଝଂ
(ସ୍ୱର)
ସସନି ଧପମପ ଗମଧ ପାପଧ
ନିସନି ଧପମପ ସଗପ ମା
(ପଦ)
ଜଳଦମାଳେ, ଜଡ଼ି ଏ ବକକୁଳେ
କୁମୁଦ ଯମୁନା ଜଳେ ମୁକୁତା କି ଶ୍ୟାମ ଗଳେ
ମଧ୍ୟମ ସ୍ୱର ସୁକଳେ କି ନିର୍ମ୍ମଳେ ଯେ ।୪।
କୋକିଳ – ଝୁଲା
(ପାଟ)
ତାଝଂ ତାରି ଝେଣା ତା ଝେଣୁତା
ତାହଂ ତା ଝେଣାତ୍ତା ତାହଂ ତାତ୍ତା
(ସ୍ୱର)
ଗରିଗଧପ ସପଧରିସ
ଗଗରିରିସସ ଧଧପପଗଗ ସାରିଗାଗଧାପା
ଗଧପସଧସ ପଧଗପରିଗ ଧାସରିଗପାଗା
ସରିଗରିଧାପା ଗପଧପସାଧା
ସଧା ଧପା ପଗା ଗରୀ ସରିଗରି ସରିସା
(ପଦ)
କୋକିଳ ପଞ୍ଚମ ତାନରେ
ରଚି ସୁସଞ୍ଚ ଗାନ ରେ
କି ଦିବ୍ୟ ସେ ବନ ନିଃସ୍ୱନରାଜି
ଅଳିକୁଳ ସଙ୍ଗେ ଗାନ ସରଜି
ଚଉଦିଶେ ପୂରି ମଦନ ମହୁରୀ
କାମରାଣ ବିଜେ କଲା କି ଆଜି ।୫।
ଘଣ୍ଟାରବ – ଝୁଲା
(ସ୍ୱର)
ଗମଧନିସା ନିସପନିଧା ପନିଧପମା
ଗମଧାପ ଗମଧାପ ଗମଗରିସା
ମଗମଗରିସ ନିସଗଗମା ଧମଧମନିଧ ଧନିନିନିସା
ସଗମଧାପ ମପଗମା ସଗମନିଧ ପମପମା
ଗଗଗ ମମମ ଧଧଧ ନିନିନି
ସା ନୀ ଧା ପା ମଗରିସା
(ପଦ)
ଚଞ୍ଚଳା ଭୁଜଙ୍ଗ ରସନା ଚାଳି
ଚମକି ଦର୍ଦ୍ଦୁରେ ଗଲେ ସେ ଚଳି
ଜଳଜ ଦଳ ପରେ ମର୍ଦ୍ଦଳ
ବଜାଇ ମେଳଗାନେ ବିହ୍ୱଳ
ଧଇବତ ନାଦ ତହିଁ ପ୍ରବଳି ।୬।
ଦକ୍ଷିଣାଶ୍ରୀ – ଏକତାଳୀ
(ପଦ)
ନିଷାଦ ସ୍ୱର ପ୍ରମାଣ ଏ ଅନ୍ତେ ସୁଜନେ ଘେନ
ସୁରସେ ସୁରେନ୍ଦ୍ରକରୀ ସପତଶୁଣ୍ଢ ବିସ୍ତାରି
ସପତସାଗରୁଁ ବାରି ତୋଳି ଭୁଜଦଣ୍ଡେ ଧରି
(ପଡ଼ି)
ବରଷା କାଳ ବିଚାରି ବଳାହକେ ଠୂଳ କରି
(ଦଣ୍ଡକ)
ଚାରିମେଘ ପୁଣ ଚଉଦିଶ ଘାରି
ଐରାବତ ଘନମନ୍ଥନକାରୀ
ନିଷାଦ ସ୍ୱର ଉଚ୍ଚାରି ଦମ୍ଭେ
ଏ ବିଧି ମର୍ଦ୍ଦନ କରି ଆରମ୍ଭେ
ଭାଜିଣ ନୀରଦମଣ୍ଡଳ ଚାଣ୍ଡେ
ମୂଷଳଧାରା ବର୍ଷି ପ୍ରଚଣ୍ଡେ
(ପଡ଼ି)
ବରଷା ସରସ ଶିରୀ ତିନି ଭୁବନେ ପ୍ରସରି
ଘନରସ ରସା ପୂରି ସହରଷ ବସୁନ୍ଧରୀ
ସପତସ୍ୱର ମାଧୁରୀ ଅତି ସୁସ୍ୱରେ ସଞ୍ଚରି ।୭।
(ପାଟ)
ତାଦ୍ରିମି ଦ୍ରିମିଦ୍ରିମି ଥଲାଙ୍ଗ ଦଧିଘନ ଦ୍ରିମିତା ଦ୍ରିମିତା ଦ୍ରିମି ତାତ୍ତା ତା
ଦ୍ରାଂଦ୍ରାଂ ଦ୍ରିମିକିଟ ତାଥୈତା କିଟିତାକ ଧୋକିଟ ଥୋକିଟ ତାଥିନ୍ଦା
ତାଝଂ ତାଝଂ ଝଂ ତାଝଂ ତାଝେଣୁତା ଝେଣାମ୍ ତା କିଟିତାକ ତାଝେଣା
ଧୋ ଥଲାଙ୍ଗ ତାକ ଥୈଥୈ ତିନ୍ଦା ଥଲାଙ୍ଗ ତାକଦିଗୁ ତାକ ଦଧିଘନ ତା ।