(ବନମାଳୀ— ଯତି)
ଶ୍ୟାମ ବନ୍ଧୁ ରୂପ ସଖୀ
ଦେଖି ଆଖି ରହେ ଲାଖି ଗୋ । ଘୋଷା ।
ଶିରେ ତା ସେବତୀ ଚୂଳ ଭଲା ଦିଶଇ ମଞ୍ଜୁଳ
ଅଳକା ଶୋହେ କପାଳ କେଉଁ ବିହି ନିର୍ମାଣିଛି ଗୋ । ୧ ।
ଅଧରେ ମୋହନ ବେଣୁ ବତ୍ସା ଘେନି ଆସେ ବନୁ
ନୀଳମଣି ଜିଣି ତନୁ ଦେଖି ତ ମନ ଝୁରୁଛି ଗୋ । ୨ ।
ପୟରେ ଶୋହେ ବାଜେଣୀ ବାଜୁଥାଏ କିଣିକିଣି
ଶୁଣି ହୃଦ ହୁଏ ହାଣି କେ ଧଇର୍ଯ୍ୟ ପାରେ ରଖି ଗୋ । ୩ ।
ଭାଷଇ ଯେ ବନମାଳୀ ଏ ରସରେ ଭାଳି ଭାଳି
ଦେଲା ମୋ ହୃଦୟ ଜାଳି ମଦନ ଶରକୁ ଯୋଖି ଗୋ । ୪ ।