(ବନମାଳୀ— ରାଗ ଭୈରବୀ, ତାଳ ଏକତାଳି)
ଶ୍ୟାମ ନାଗର ମହତ ନିବାରଇ ତ
କାମରେ କାମିନୀ କଲା ବାଇ ତ । ଘୋଷା ।
ଲାଞ୍ଚ ଦେବି ଦେବତାରେ କେ ବୋଲିବ ସେବ ତାରେ
ରହି ନୋହୁଅଛି ରହି ଜାକି ତ । ୧ ।
ଦେଖି ଆଖି ରହେ ଲାଖି ରହେ ସଖୀ ଆହା ସେ ବିରହେ
ନାହିଁ ମୁହିଁ ଯେ ସୂତାରେ ଖସି ତ । ୨ ।
ଏମନ୍ତ ସୁନ୍ଦର ବର ବରଜରେ ବେଦବଦର
ରଖିଥିଲା ସୁଖ ଦରଶାଇ ତ । ୩ ।
ବନମାଳୀକି ପଚାର ଯେବେ ନିଗୂଢ଼ ବିଚାର
କଲା ସେହୁ ରମ୍ୟପୁର ସାହି ତ । ୪ ।