(ବନମାଳୀ— ରାଗ ପରଜ, ତାଳ ଖେମଟା)
ଶ୍ୟାମ ପ୍ରୀତି ପରମାଦ
ମଧୁ ତୁଲେ ହଳାହଳ ଭେଦ । ଘୋଷା ।
ସୁକୃତ ଦୁଷ୍କୃତ ବଳେ ପ୍ରାଣମିତ
ଲାଭ ସିନା ହୁଏ ଭବେ
ଆଜନମୁଁ ସୁଖ ଦୁଃଖ ଯେ ନ ଜାଣେ
ସେ କି ଅନୁଭବେ ଲବେ । ୧ ।
ଗରବ ଗୁମାନ ଯଉବନ ଧନ
ସବୁ ପାଦତଳେ ଦଳା
ବଳିପଡ଼ୁଥାଇ ବେଳୁ ବେଳ ଯେବେ
କୃଷ୍ଣଚନ୍ଦ୍ର ପ୍ରେମକଳା । ୨ ।
ରଜନୀ ଦିବସେ ଏକାନ୍ତରେ ଘୋଷେ
ଅରଜିଥିବାର ପ୍ରୀତି
ଜମ୍ବୁନଦ ସୁନାଠାରୁ ସେ ଅଧିକ
ଜଳଜଳ ଦିଶେ ଅତି । ୩ ।
ନାମ ଶ୍ରବଣାଦି ନବାନୁରାଗର
ଯେତେକ ଲକ୍ଷଣମାନ
ଗୋପନ ଅଛି କି ବୋଲେ ବନମାଳୀ
ଆଦ୍ୟ ଅକ୍ଷର ବିଧାନ । ୪ ।