(ଦୀନକୃଷ୍ଣ— ରାଗ ଶ୍ରୀ, ତାଳ ଏକତାଳି)
ଶ୍ୟାମ ପ୍ରୀତିରେ ସଜନୀ ଗଲିଟି ସରି
ବଂଶୀ ଦେଲା ମୋ ଧଇର୍ଯ୍ୟକୁ ଜୂର କରି । ଘୋଷା ।
କେ ଜାଣିଥିଲା ଏପରି ହଟିଆ ନାଗର ହରି
କି ମନ୍ତ୍ର କରି ସେ ମୋ ଗୁମାନକୁ ଦେଲା ସାରି
(ପଡ଼ି)
ଲାଜ ଭୟ ଦୂର କରି ତା ଗୁଣ ହୃଦେ ସୁମରି
ଦିବା ନିଶି ଝୁରି ଝୁରି ନେତ୍ରୁ ଏବେ ବହେ ବାରି
ଏ ଗୋପପୁରେ ମୋ ପରି ନାହାନ୍ତି ରେ ସହଚରୀ
ଯେଣେ ଗଲେ ଅପବାଦ କଳଙ୍କ ରହିଛି ପୂରି । ୧ ।
ଦୀନକୃଷ୍ଣ ବୋଲେ ସରି ଗଲିଟିରେ ସହଚରୀ
ତା ନେତ୍ର କଟାରୀ ମାରି ହୃଦେ ମୋର ଦେଲା ଘାରି । ୨ ।