(ବନମାଳୀ— ରାଗ କେଦାରଗୌଡ଼ା, ତାଳ ଏକତାଳି)
ଶ୍ୟାମ ସୁନ୍ଦର ସଙ୍ଗେ
କହିଥିଲି ରସନା ମଜ୍ଜିଲୁ ତ ତରଙ୍ଗେ । ଘୋଷା ।
ଖଣ୍ଡିଲୁ ସୁଖ ଆଣି ମଣ୍ଡି ଗଣ୍ଡରେ ପାଣି
ଦଣ୍ଡି ହେଲୁ ଅନଙ୍ଗେ ଭଣ୍ଡିଲେ ସେ ଅନଙ୍ଗେ । ୧ ।
ମନ୍ଦହାସ ତ ତେଜିଲୁ ଭାନୁନନ୍ଦୀ
କହିଛି ତା ନ ହେଜିଲୁ
ପ୍ରେମ ଶଠରେ ରଚି ହେମଅଙ୍ଗୀ ନ ବଞ୍ଚି
ଯାମକୁ ଯାମ ସିନା କାମକାଣ୍ଡ ଭୋଗିଲୁ । ୨ ।
ପ୍ରୀତି ଦୁର୍ଲ୍ଲଭ ଜନରେ ସୁଗତି
ଅକୀର୍ତ୍ତି ହେଜିଲୁ ନାହିଁ ମନରେ
ଘୋଷରେ ନନ୍ଦାତ୍ମଜ ଦୋଷ ଗୁଞ୍ଜର ବୀଜ
ଘୋଷନ୍ତି ବ୍ରଜଜନେ ରୋଷ ନ କଲୁ ଦିନେ । ୩ ।
ବନମାଳୀ ତା କହଇ ମୋହନ
ସୁସ୍ମିତ ସାଧ୍ୱୀଙ୍କ ମତି ମୋହଇ
ବୃଷଙ୍କୁ ତେଜି ଶଚୀ ବୃଷାସନଙ୍କୁ ମୁଞ୍ଚି
ଚଞ୍ଚଳେ ଚଳେ ଶିବା ମଞ୍ଚରେ ଅଛି କେବା । ୪ ।